ଗୀତସଂହିତା 133:1-3 IRVOry - Bible AI

1ଦେଖ, ଭାଇମାନେ ମିଳନରେ ଏକତ୍ର ବାସ କରିବା କିପରି ଉତ୍ତମ ଓ ମନୋହର!

2ତାହା ମସ୍ତକରେ ବହୁମୂଲ୍ୟ ତୈଳ ସ୍ୱରୂପ, ଯାହା ଦାଢ଼ିରେ, ଅର୍ଥାତ୍‍, ହାରୋଣଙ୍କର ଦାଢ଼ିରେ ବହି ତାଙ୍କ ବସ୍ତ୍ରାଞ୍ଚଳରେ ପଡ଼ିଲା।

3ତାହା ହର୍ମୋଣ ପାହାଡ଼ର ଶିଶିର ତୁଲ୍ୟ, ଯାହା ସିୟୋନର ପର୍ବତଗଣ ଉପରେ କ୍ଷରି ପଡ଼େ। କାରଣ ସଦାପ୍ରଭୁ ସେଠାରେ ଆଶୀର୍ବାଦ, ହଁ, ଅନନ୍ତ ଜୀବନ ଆଜ୍ଞା କଲେ।