ଯିଶାଇୟ ଭବିଷ୍ୟଦ୍ବକ୍ତାଙ୍କର ପୁସ୍ତକ 5:1-29 IRVOry - Bible AI

1ମୁଁ ଆପଣା ପ୍ରିୟତମଙ୍କ ଉଦ୍ଦେଶ୍ୟରେ, ତାହାଙ୍କ ଦ୍ରାକ୍ଷାକ୍ଷେତ୍ର ବିଷୟରେ ମୋʼ ପ୍ରିୟତମଙ୍କର ଗୋଟିଏ ଗୀତ ଗାନ କରେ।

2ପୁଣି, ସେ ତାହା ଖୋଳି ପ୍ରସ୍ତରସବୁ ବାହାର କଲେ ଓ ଅତ୍ୟୁତ୍ତମ ଦ୍ରାକ୍ଷାଲତା ତହିଁରେ ରୋପଣ କଲେ

3ଏଣୁ ଏବେ ହେ ଯିରୂଶାଲମ ନିବାସୀମାନେ ଓ ଯିହୁଦାର ଲୋକମାନେ, ମୁଁ ତୁମ୍ଭମାନଙ୍କୁ ବିନୟ କରେ,

4ମୁଁ ଆପଣା ଦ୍ରାକ୍ଷାକ୍ଷେତ୍ରରେ ଯାହା କରି ନାହିଁ, ଏପରି କେଉଁ ଅଧିକ କର୍ମ ତହିଁ ପ୍ରତି କରାଯାଇ ପାରନ୍ତା?

5ଏଣୁ ଏବେ ଶୁଣ; ମୁଁ ଆପଣା ଦ୍ରାକ୍ଷାକ୍ଷେତ୍ର ପ୍ରତି ଯାହା କରିବି, ତାହା ତୁମ୍ଭମାନଙ୍କୁ ଜଣାଇବି; ମୁଁ ତହିଁର ବାଡ଼ କାଢ଼ି ପକାଇବି,

6ପୁଣି, ମୁଁ ତାହା ଉଜାଡ଼ କରିବି; ତାହାର ଡାଳ କଟା ହେବ ନାହିଁ କିମ୍ବା ଭୂମି କୋଡ଼ା ହେବ ନାହିଁ; ମାତ୍ର ତାହା କାନକୋଳି ଓ କଣ୍ଟକ ବୃକ୍ଷମୟ ହେବ;

7ଯେହେତୁ ଇସ୍ରାଏଲ ବଂଶ ସୈନ୍ୟାଧିପତି ସଦାପ୍ରଭୁଙ୍କର ଦ୍ରାକ୍ଷାକ୍ଷେତ୍ର

8ଦେଶରେ ଯେପରି ଆଉ ସ୍ଥାନ ନ ଥିବ ଓ ତୁମ୍ଭେମାନେ ଯେପରି ତହିଁ ମଧ୍ୟରେ ଏକାକୀ ବାସ କରିବ,

9ସୈନ୍ୟାଧିପତି ସଦାପ୍ରଭୁ ମୋʼ କର୍ଣ୍ଣରେ କହନ୍ତି,

10କାରଣ ଦଶ ଏକର ଦ୍ରାକ୍ଷାକ୍ଷେତ୍ରରେ ଏକ ମହଣ+ 5:10 ଏକ ମହଣ ଅର୍ଥାତ୍‍ ପ୍ରାୟ ୨୨ ଲିଟର* ଦ୍ରାକ୍ଷାରସ ଉତ୍ପନ୍ନ ହେବ ଓ ଦଶ ମହଣ+ 5:10 ଦଶ ମହଣ ପ୍ରାୟ ୨୨୦ ଲିଟର* ବୀଜରୁ କେବଳ ଏକ ମହଣ ଶସ୍ୟ ଉତ୍ପନ୍ନ ହେବ।”

11ଯେଉଁମାନେ ସୁରାପାନ କରିବାକୁ ଅତି ପ୍ରଭାତରେ ଉଠନ୍ତି;

12ସେମାନଙ୍କ ଭୋଜିରେ ବୀଣା, ନେବଲ, ତବଲା, ବଂଶୀ ଓ ଦ୍ରାକ୍ଷାରସ ଥାଏ;

13ଏଥିପାଇଁ ମୋହର ଲୋକମାନେ ଜ୍ଞାନ ଅଭାବରୁ ବନ୍ଦୀ ହୋଇ ଯାଇଅଛନ୍ତି;

14ଏଥିପାଇଁ ପାତାଳ ଆପଣା ଉଦର ବିସ୍ତାର ଓ ଆପଣା ମୁଖ ଅପରିମିତ ରୂପେ ମେଲାଇଅଛି;

15ପୁଣି, ସାମାନ୍ୟ ଲୋକ ଅଧୋମୁଖ ଓ ମହାନ ଲୋକ ନତ ହୁଏ, ପୁଣି ଅହଙ୍କାରୀମାନଙ୍କର ଦୃଷ୍ଟି ନତ ହୁଏ;

16ମାତ୍ର ସୈନ୍ୟାଧିପତି ସଦାପ୍ରଭୁ ବିଚାରରେ ଉନ୍ନତ ହୁଅନ୍ତି, ପୁଣି, ଧର୍ମସ୍ୱରୂପ ପରମେଶ୍ୱର ଧାର୍ମିକତାରେ ପବିତ୍ର ରୂପେ ମାନ୍ୟ ହୁଅନ୍ତି।

17ସେହି ସମୟରେ ମେଷଶାବକମାନେ ଆପଣା ଚରାସ୍ଥାନରେ ଚରିବା ପରି ଚରିବେ, ପୁଣି, ଭ୍ରମଣକାରୀମାନେ ହୃଷ୍ଟପୁଷ୍ଟ ଲୋକମାନଙ୍କର ଧ୍ୱଂସସ୍ଥାନ ଭୋଗ କରିବେ।

18ଯେଉଁମାନେ ଅସାରତାରୂପ ରଜ୍ଜୁରେ ଅପରାଧ ଓ ଶଗଡ଼ ରଜ୍ଜୁରେ ପାପ ଆକର୍ଷଣ କରନ୍ତି, ସେମାନେ ସନ୍ତାପର ପାତ୍ର!

19ସେମାନେ କହନ୍ତି, “ଆମ୍ଭେମାନେ ଯେପରି ଖୋଜି ପାରିବା, ଏଥିପାଇଁ ସେ ତ୍ୱରା କରନ୍ତୁ, ସେ ଆପଣା କାର୍ଯ୍ୟ ଶୀଘ୍ର କରନ୍ତୁ;

20ଯେଉଁମାନେ ମନ୍ଦକୁ ଭଲ ଓ ଭଲକୁ ମନ୍ଦ କୁହନ୍ତି;

21ଯେଉଁମାନେ ଆପଣା ଆପଣା ଦୃଷ୍ଟିରେ ଜ୍ଞାନବାନ ଓ ଆପଣା ଆପଣା ବୋଧରେ ବୁଦ୍ଧିମାନ, ସେମାନେ ସନ୍ତାପର ପାତ୍ର!

22ଯେଉଁମାନେ ଦ୍ରାକ୍ଷାରସ ପାନ କରିବାକୁ ପରାକ୍ରମୀ ଓ ମଦ୍ୟ ମିଶ୍ରିତ କରିବାକୁ ବଳବାନ;

23ଯେଉଁମାନେ ଲାଞ୍ଚ ସକାଶେ ଦୁଷ୍ଟକୁ ନିର୍ଦ୍ଦୋଷ କରନ୍ତି ଓ ଧାର୍ମିକର ଧାର୍ମିକତା ତାହାଠାରୁ ଦୂର କରନ୍ତି, ସେମାନେ ସନ୍ତାପର ପାତ୍ର!

24ଏଥିନିମନ୍ତେ ଅଗ୍ନିର ଜିହ୍ୱା ଯେପରି ନଡ଼ା ଗ୍ରାସ କରେ ଓ ଶୁଷ୍କ ତୃଣ ଯେପରି ଅଗ୍ନିଶିଖାରେ ଭସ୍ମସାତ୍‍ ହୁଏ,

25ଏଥିପାଇଁ ସଦାପ୍ରଭୁଙ୍କର କ୍ରୋଧ ତାହାଙ୍କ ଲୋକମାନଙ୍କ ବିରୁଦ୍ଧରେ ପ୍ରଜ୍ୱଳିତ ହୋଇଅଛି ଓ ସେ ସେମାନଙ୍କ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରି ସେମାନଙ୍କୁ ଆଘାତ କରିଅଛନ୍ତି,

26ପୁଣି, ସେ ଦୂରଦେଶୀୟ ଗୋଷ୍ଠୀଗଣ ପ୍ରତି ଗୋଟିଏ ଧ୍ୱଜା ଉଠାଇବେ ଓ ପୃଥିବୀର ପ୍ରାନ୍ତରୁ ସେମାନଙ୍କ ପାଇଁ ଶିଷ୍‍ ଦେବେ,

27ସେମାନଙ୍କ ମଧ୍ୟରେ କେହି କ୍ଳାନ୍ତ ହେବେ ନାହିଁ, କି ଝୁଣ୍ଟି ପଡ଼ିବେ ନାହିଁ; କେହି ଢୁଳାଇବେ ନାହିଁ କି ନିଦ୍ରା ଯିବେ ନାହିଁ;

28ସେମାନଙ୍କର ତୀର ତୀକ୍ଷ୍ଣ ଓ ସେମାନଙ୍କର ଧନୁସବୁ ଗୁଣଦିଆ;

29ସେମାନଙ୍କର ଗର୍ଜ୍ଜନ ସିଂହୀର ଗର୍ଜ୍ଜନ ପରି, ସେମାନେ ଯୁବା ସିଂହ ପରି ଗର୍ଜ୍ଜନ କରିବେ;

Copyright © 2019 by Bridge Connectivity Solutions. Licensed under a Creative Commons Attribution-ShareAlike 4.0 International License.