ଯିହିଜିକଲ୍ ଭବିଷ୍ୟଦ୍ବକ୍ତାଙ୍କ ପୁସ୍ତକ 23:1-48 IRVOry - Bible AI

1ସଦାପ୍ରଭୁଙ୍କର ବାକ୍ୟ ପୁନର୍ବାର ମୋʼ ନିକଟରେ ଉପସ୍ଥିତ ହେଲା ଏବଂ ସେ କହିଲେ,

2“ହେ ମନୁଷ୍ୟ-ସନ୍ତାନ, ଦୁଇ ସ୍ତ୍ରୀ ଥିଲେ, ସେମାନେ ଏକ ମାତାର କନ୍ୟା;

3ପୁଣି, ସେମାନେ ମିସରରେ ବ୍ୟଭିଚାର କଲେ; ସେମାନେ ଯୌବନ କାଳରେ ବ୍ୟଭିଚାର କଲେ; ସେହି ସ୍ଥାନରେ ସେମାନଙ୍କର ସ୍ତନ ମର୍ଦ୍ଦିତ ହେଲା, ଆଉ ସେହି ସ୍ଥାନରେ ଲୋକମାନେ ସେମାନଙ୍କର କୌମାର୍ଯ୍ୟକାଳୀନ କୁଚାଗ୍ର ଟିପିଲେ।

4ସେମାନଙ୍କ ମଧ୍ୟରେ ଜ୍ୟେଷ୍ଠାର ନାମ ଅହଲା (ତାହାର ତମ୍ବୁ) ଓ ତାହାର ଭଗିନୀର ନାମ ଅହଲୀବା (ତାହାର ମଧ୍ୟରେ ଆମ୍ଭର ତମ୍ବୁ); ସେମାନେ ଆମ୍ଭର ହେଲେ ଓ ପୁତ୍ରକନ୍ୟା ପ୍ରସବ କଲେ। ପୁଣି, ନାମାନୁସାରେ ଶମରୀୟା ଅହଲା ଓ ଯିରୂଶାଲମ ଅହଲୀବା ଅଟେ।

5ଆଉ, ଅହଲା ଆମ୍ଭର ହୋଇଥିବା ସମୟରେ ବ୍ୟଭିଚାର କଲା ଓ ଆପଣାର ପ୍ରତିବାସୀ ଅଶୂରୀୟ ପ୍ରେମିକଗଣଠାରେ ଆସକ୍ତା ହେଲା,

6ସେମାନେ ନୀଳାମ୍ବର ପରିହିତ, ଦେଶାଧ୍ୟକ୍ଷ, ଶାସନକର୍ତ୍ତୃଗଣ ଓ ସମସ୍ତେ ମନୋହର ଯୁବା ଲୋକ ଓ ଅଶ୍ୱାରୋହୀ ଥିଲେ।

7ପୁଣି, ସେ ସେମାନଙ୍କର, ଅର୍ଥାତ୍‍, ଅଶୂରର ମନୋନୀତ ସକଳ ଲୋକଙ୍କ ସଙ୍ଗରେ ବ୍ୟଭିଚାର କଲା ଓ ସେ ଯେକୌଣସି ଲୋକ ପ୍ରତି ପ୍ରେମରେ ଆସକ୍ତ ଥିଲା, ତାହାର ପ୍ରତିମାଗଣ ଦ୍ୱାରା ଆପଣାକୁ ଭ୍ରଷ୍ଟା କଲା।

8ଆଉ, ସେ ମିସର ଦେଶର ସମୟଠାରୁ ଆପଣା ବ୍ୟଭିଚାର ବୃତ୍ତି ତ୍ୟାଗ କରି ନାହିଁ; କାରଣ ତାହାର ଯୌବନାବସ୍ଥାରେ ସେମାନେ ତାହା ସଙ୍ଗେ ଶୟନ କଲେ ଓ ତାହାର କୌମାର୍ଯ୍ୟକାଳୀନ କୁଚାଗ୍ର ଟିପିଲେ; ଆଉ, ତାହା ସହିତ ଅତିଶୟ ବ୍ୟଭିଚାର କଲେ।

9ଏଥିପାଇଁ ଆମ୍ଭେ ତାହାର ପ୍ରେମିକଗଣର ହସ୍ତରେ, ଅର୍ଥାତ୍‍, ଯେଉଁମାନଙ୍କ ପ୍ରତି ସେ ପ୍ରେମରେ ଆସକ୍ତା ହୋଇଥିଲା, ସେହି ଅଶୂରୀୟମାନଙ୍କ ହସ୍ତରେ ତାହାକୁ ସମର୍ପଣ କଲୁ।

10ସେମାନେ ତାହାର ଉଲଙ୍ଗତା ଅନାବୃତ କଲେ; ତାହାର ପୁତ୍ର ଓ କନ୍ୟାଗଣକୁ ନେଲେ ଓ ତାହାଙ୍କୁ ସେମାନେ ଖଡ୍ଗରେ ବଧ କଲେ; ତହିଁରେ ସେ ସ୍ତ୍ରୀମାନଙ୍କ ମଧ୍ୟରେ ଉପହାସର ବିଷୟ ହେଲା; କାରଣ ଲୋକମାନେ ତାହା ଉପରେ ଦଣ୍ଡାଜ୍ଞା ସଫଳ କଲେ।

11ଆଉ, ତାହାର ଭଗିନୀ ଅହଲୀବା ଏହା ଦେଖିଲା; ତଥାପି ଆପଣା ପ୍ରେମାସକ୍ତିରେ ଓ ବେଶ୍ୟା କ୍ରିୟାରେ ତାହା ଅପେକ୍ଷା ଅଧିକ ଭ୍ରଷ୍ଟା ହେଲା, ତାହାର ଭଗିନୀର ବେଶ୍ୟା କ୍ରିୟା ଅପେକ୍ଷା ତାହାର ବେଶ୍ୟା କ୍ରିୟା ଅଧିକ ଥିଲା।

12ସେ ଆପଣା ପ୍ରତିବାସୀ ଅଶୂରୀୟ ଦେଶାଧ୍ୟକ୍ଷ ଓ ଶାସନକର୍ତ୍ତୃଗଣ ପ୍ରତି ପ୍ରେମରେ ଆସକ୍ତା ହେଲା, ସେମାନେ ଅତ୍ୟନ୍ତ ସୁନ୍ଦର ବସ୍ତ୍ର ପରିହିତ, ଅଶ୍ୱାରୋହୀ ଓ ସମସ୍ତେ ମନୋହର ଯୁବା ଲୋକ ଥିଲେ।

13ଆଉ, ଆମ୍ଭେ ଦେଖିଲୁ, ସେ ଭ୍ରଷ୍ଟା ହେଲା; ସେ ଦୁହେଁ ଏକ ପଥଗାମିନୀ ହେଲେ।

14ପୁଣି, ସେ ଆପଣା ବେଶ୍ୟା କ୍ରିୟା ବଢ଼ାଇଲା; କାରଣ ସେ କାନ୍ଥରେ ଚିତ୍ରିତ ପୁରୁଷମାନଙ୍କର, ଅର୍ଥାତ୍‍, କଲ୍‍ଦୀୟମାନଙ୍କର ସିନ୍ଦୂରଚିତ୍ରିତ ମୂର୍ତ୍ତି ଦେଖିଲା,

15ସେମାନଙ୍କ କଟିରେ ପଟୁକା ବନ୍ଧା, ମସ୍ତକରେ ରଙ୍ଗ ଚିତ୍ରିତ ଭୂଷଣ ଥିଲା, ସେମାନେ ସମସ୍ତେ ଦେଖିବାକୁ କଲ୍‍ଦୀୟ ଦେଶଜାତ ବାବିଲୀୟମାନଙ୍କ ରୂପବିଶିଷ୍ଟ ଅଧିପତିଗଣର ତୁଲ୍ୟ ଥିଲେ।

16ପୁଣି, ସେ ସେମାନଙ୍କୁ ଦେଖିବାମାତ୍ର ସେମାନଙ୍କ ପ୍ରତି ପ୍ରେମରେ ଆସକ୍ତା ହେଲା ଓ କଲ୍‍ଦୀୟ ଦେଶକୁ ସେମାନଙ୍କ ନିକଟକୁ ବାର୍ତ୍ତାବାହକ ପଠାଇଲା।

17ତହିଁରେ ବାବିଲୀୟ ଲୋକମାନେ ତାହାର ନିକଟକୁ ଆସି ପ୍ରେମ ଶଯ୍ୟାରେ ଶୟନ କଲେ ଓ ଆପଣମାନଙ୍କର ବ୍ୟଭିଚାର କ୍ରିୟା ଦ୍ୱାରା ତାହାକୁ ଅଶୁଚି କଲେ, ପୁଣି, ସେମାନଙ୍କ ଦ୍ୱାରା ଭ୍ରଷ୍ଟା ହେଲା ଉତ୍ତାରେ ତାହାର ପ୍ରାଣ ସେମାନଙ୍କଠାରୁ ବିମୁଖ ହେଲା।

18ଏହିରୂପେ ସେ ଆପଣା ବେଶ୍ୟା କ୍ରିୟା ପ୍ରକାଶ କଲା ଓ ଆପଣା ଉଲଙ୍ଗତା ଅନାବୃତ କଲା;

19ତଥାପି ସେ ଆପଣା ଯୌବନ କାଳରେ ମିସର ଦେଶରେ ଯେଉଁ ବେଶ୍ୟା କର୍ମ କରିଥିଲା,

20ଆଉ, ଗର୍ଦ୍ଦଭଗଣର ପରି ମାଂସବିଶିଷ୍ଟ ଓ ଅଶ୍ୱଗଣର ପରି ରେତଃବିଶିଷ୍ଟ,

21ଏହି ପ୍ରକାରେ ମିସରୀୟମାନେ ଯେଉଁ ସମୟରେ ଯୌବନକାଳୀନ ସ୍ତନ ବୋଲି ତୁମ୍ଭର କୁଚାଗ୍ର ଟିପିଥିଲେ,

22ଏନିମନ୍ତେ ହେ ଅହଲୀବା, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, “ଦେଖ, ଯେଉଁମାନଙ୍କଠାରୁ ତୁମ୍ଭର ପ୍ରାଣ ବିମୁଖ ହୋଇଅଛି,

23ବାବିଲୀୟମାନଙ୍କୁ ଓ ସମୁଦାୟ କଲ୍‍ଦୀୟ ଲୋକଙ୍କୁ, ପକୋଦ, ଶୋୟା, କୋୟା ଓ ସେମାନଙ୍କ ସଙ୍ଗେ ସମୁଦାୟ ଅଶୂରୀୟ ଲୋକଙ୍କୁ ଆଣିବା;

24ପୁଣି, ସେମାନେ ଅସ୍ତ୍ରଶସ୍ତ୍ର, ରଥ, ଶକଟ ଓ ଗୋଷ୍ଠୀଗଣର ସମାଜ ନେଇ ତୁମ୍ଭ ବିରୁଦ୍ଧରେ ଆସିବେ;

25ପୁଣି, ଆମ୍ଭେ ତୁମ୍ଭ ବିରୁଦ୍ଧରେ ଆମ୍ଭର ଅନ୍ତର୍ଜ୍ୱାଳା ରଖିବା, ତହିଁରେ ସେମାନେ କୋପରେ ତୁମ୍ଭ ପ୍ରତି ବ୍ୟବହାର କରିବେ; ସେମାନେ ତୁମ୍ଭର ନାସିକା ଓ କର୍ଣ୍ଣ କାଟି ପକାଇବେ ଓ ତୁମ୍ଭର ଅବଶିଷ୍ଟ ଲୋକମାନେ ଖଡ୍ଗରେ ପତିତ ହେବେ; ସେମାନେ ତୁମ୍ଭର ପୁତ୍ରକନ୍ୟାଗଣକୁ ନେଇଯିବେ ଓ ତୁମ୍ଭର ଅବଶିଷ୍ଟ ଲୋକମାନେ ଅଗ୍ନି ଦ୍ୱାରା ଗ୍ରାସିତ ହେବେ।

26ସେମାନେ ମଧ୍ୟ ତୁମ୍ଭକୁ ବିବସ୍ତ୍ରା କରିବେ ଓ ତୁମ୍ଭର ସୁନ୍ଦର ଅଳଙ୍କାରସବୁ ନେଇଯିବେ।

27ଏହିରୂପେ ଆମ୍ଭେ ତୁମ୍ଭର ଲମ୍ପଟାଚରଣ ଓ ମିସର ଦେଶରୁ ଶିକ୍ଷିତ ତୁମ୍ଭର ବ୍ୟଭିଚାର କ୍ରିୟା ନିବୃତ୍ତ କରାଇବା; ତହିଁରେ ତୁମ୍ଭେ ସେମାନଙ୍କ ପ୍ରତି ଆଉ ଅନାଇବ ନାହିଁ, କି ମିସରକୁ ଆଉ ସ୍ମରଣ କରିବ ନାହିଁ।

28କାରଣ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଦେଖ, ଯେଉଁମାନଙ୍କୁ ତୁମ୍ଭେ ଘୃଣା କରୁଅଛ ଓ ଯେଉଁମାନଙ୍କଠାରୁ ତୁମ୍ଭର ପ୍ରାଣ ବିମୁଖ ହୋଇଅଛି, ସେମାନଙ୍କ ହସ୍ତରେ ଆମ୍ଭେ ତୁମ୍ଭକୁ ସମର୍ପଣ କରିବା;

29ତହିଁରେ ସେମାନେ ଘୃଣା ଭାବରେ ତୁମ୍ଭ ପ୍ରତି ବ୍ୟବହାର କରିବେ ଓ ତୁମ୍ଭର ସକଳ ପରିଶ୍ରମର ଫଳ ହରଣ କରିବେ, ଆଉ ତୁମ୍ଭକୁ ଉଲଙ୍ଗିନୀ ଓ ବିବସ୍ତ୍ର କରି ଛାଡ଼ି ଦେବେ; ତହିଁରେ ତୁମ୍ଭର ବ୍ୟଭିଚାର ଘଟିତ ଉଲଙ୍ଗତା, ତୁମ୍ଭର ଲମ୍ପଟାଚରଣ ଓ ବେଶ୍ୟା କ୍ରିୟା ପ୍ରକାଶିତ ହେବ।

30ତୁମ୍ଭେ ବେଶ୍ୟାର ନ୍ୟାୟ ଅନ୍ୟଦେଶୀୟମାନଙ୍କର ଅନୁଗାମିନୀ ହୋଇଅଛ ଓ ସେମାନଙ୍କର ପ୍ରତିମାଗଣ ଦ୍ୱାରା ଅଶୁଚୀକୃତ ହୋଇଅଛ, ଏଥିପାଇଁ ତୁମ୍ଭ ପ୍ରତି ଏହିସବୁ କରାଯିବ।

31ତୁମ୍ଭେ ଆପଣାର ଭଗିନୀର ପଥରେ ଗମନ କରିଅଛ; ଏଥିପାଇଁ ଆମ୍ଭେ ତାହାର ପାନପାତ୍ର ତୁମ୍ଭ ହସ୍ତରେ ଦେବା।

32ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭେ ଆପଣା ଭଗିନୀର ପାତ୍ରରେ ପାନ କରିବ, ତାହା ଗଭୀର ଓ ବଡ଼;

33ତୁମ୍ଭେ ମତ୍ତତା ଓ ଶୋକରେ ପରିପୂର୍ଣ୍ଣ ହେବ, ବିସ୍ମୟ ଓ ଧ୍ୱଂସରୂପ ପାତ୍ରରେ,

34ତୁମ୍ଭେ ତାହା ନିଗାଡ଼ି ପାନ କରିବ ଓ ତହିଁର ଭଗ୍ନଖଣ୍ଡ ଚୋବାଇ ଆପଣା ସ୍ତନ ବିଦୀର୍ଣ୍ଣ କରିବ;

35ଏହେତୁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭେ ଆମ୍ଭକୁ ପାସୋରିଅଛ ଓ ତୁମ୍ଭ ପଛଆଡ଼େ ଆମ୍ଭକୁ ପକାଇଅଛ, ଏଥିପାଇଁ ତୁମ୍ଭେ ମଧ୍ୟ ଆପଣା ଲମ୍ପଟାଚରଣ ଓ ବ୍ୟଭିଚାର କ୍ରିୟାର ଭାର ବହନ କର।”

36ସଦାପ୍ରଭୁ ଆହୁରି ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ କି ଅହଲାର ଓ ଅହଲୀବାର ବିଚାର କରିବ? ତେବେ ସେମାନଙ୍କର ଘୃଣାଯୋଗ୍ୟ କ୍ରିୟାସବୁ ସେମାନଙ୍କୁ ଜ୍ଞାତ କରାଅ;

37କାରଣ ସେମାନେ ବ୍ୟଭିଚାର କରିଅଛନ୍ତି ଓ ସେମାନଙ୍କ ହସ୍ତରେ ରକ୍ତ ଅଛି ଓ ସେମାନେ ଆପଣାମାନଙ୍କ ପ୍ରତିମାଗଣ ସହିତ ବ୍ୟଭିଚାର କରିଅଛନ୍ତି; ଆଉ, ସେମାନେ ମଧ୍ୟ ଆମ୍ଭଠାରୁ ଜାତ ଆପଣା ସନ୍ତାନଗଣକୁ ଗ୍ରାସିତ ହେବା ନିମନ୍ତେ ସେମାନଙ୍କ ଉଦ୍ଦେଶ୍ୟରେ ଅଗ୍ନି ମଧ୍ୟଦେଇ ଗମନ କରାଇଅଛନ୍ତି।

38ଆହୁରି, ସେମାନେ ଆମ୍ଭ ପ୍ରତି ଏହି କାର୍ଯ୍ୟ କରିଅଛନ୍ତି; ସେମାନେ ଏକ ଦିନରେ ଆମ୍ଭର ଧର୍ମଧାମ ଅଶୁଚି ଓ ଆମ୍ଭର ବିଶ୍ରାମ ଦିନସବୁ ଅପବିତ୍ର କରିଅଛନ୍ତି।

39କାରଣ ସେମାନେ ଆପଣାମାନଙ୍କର ପ୍ରତିମାଗଣର ଉଦ୍ଦେଶ୍ୟରେ ଆପଣା ଆପଣା ସନ୍ତାନଗଣକୁ ବଧ କଲା ଉତ୍ତାରେ ସେହି ଦିନ ଆମ୍ଭର ଧର୍ମଧାମ ଅପବିତ୍ର କରିବା ପାଇଁ ତହିଁ ମଧ୍ୟକୁ ଆସିଲେ; ଆଉ, ଦେଖ, ସେମାନେ ଆମ୍ଭ ଗୃହ ମଧ୍ୟରେ ଏହି ପ୍ରକାର କରିଅଛନ୍ତି।

40ଆହୁରି, ଦୂରରୁ ଆସିବା ପୁରୁଷମାନଙ୍କ ପାଇଁ ତୁମ୍ଭେମାନେ ଲୋକ ପଠାଇଅଛ; ସେମାନଙ୍କ ନିକଟକୁ ଦୂତ ପ୍ରେରିତ ହେଲା, ଆଉ ଦେଖ, ସେମାନେ ଆସିଲେ; ସେମାନଙ୍କ ନିମନ୍ତେ ତୁମ୍ଭେ ସ୍ନାନ କଲ, ଚକ୍ଷୁରେ ଅଞ୍ଜନ ଦେଲ ଓ ଅଳଙ୍କାରରେ ଆପଣାକୁ ବିଭୂଷିତା କଲ;

41ପୁଣି, ରାଜକୀୟ ଶଯ୍ୟାରେ ବସି ତହିଁର ସମ୍ମୁଖରେ ମେଜ ସଜାଇ ତାହା ଉପରେ ଆମ୍ଭର ଧୂପ ଓ ଆମ୍ଭର ତୈଳ ରଖିଲ।

42ଆଉ, ତାହା ସଙ୍ଗେ ନିଶ୍ଚିନ୍ତ ଲୋକସମୂହର କଳରବ ଥିଲା ଓ ସାଧାରଣ ଲୋକଙ୍କ ସହିତ ପ୍ରାନ୍ତରରୁ ମଦ୍ୟପାୟୀମାନେ ଅଣାଗଲେ; ପୁଣି, ସେମାନେ ସେମାନଙ୍କ ହସ୍ତରେ କଙ୍କଣ ଓ ସେମାନଙ୍କ ମସ୍ତକରେ ସୁନ୍ଦର ମୁକୁଟ ପିନ୍ଧାଇଲେ।

43ତେବେ ବ୍ୟଭିଚାର କ୍ରିୟାରେ ଜୀର୍ଣ୍ଣା ସ୍ତ୍ରୀ ବିଷୟରେ ଆମ୍ଭେ କହିଲୁ, ଏବେ ସେମାନେ ତାହା ସଙ୍ଗେ ବ୍ୟଭିଚାର କାର୍ଯ୍ୟ କରିବେ ଓ ସେ ସେମାନଙ୍କ ସଙ୍ଗେ କରିବ।

44ପୁଣି, ଲୋକେ ଯେପରି ବେଶ୍ୟା ସହ ଶୟନ କରନ୍ତି, ସେହିପରି ସେମାନେ ତାହା ସହ ଶୟନ କଲେ; ଏହି ପ୍ରକାରେ ସେମାନେ ଅହଲା ଓ ଅହଲୀବା, ଏହି ଲମ୍ପଟା ସ୍ତ୍ରୀମାନଙ୍କ ସହ ଶୟନ କଲେ।

45ମାତ୍ର ଧାର୍ମିକ ଲୋକମାନେ ବ୍ୟଭିଚାରିଣୀ ଓ ରକ୍ତପାତକାରିଣୀ ସ୍ତ୍ରୀମାନଙ୍କର ବିଚାରାନୁସାରେ ସେମାନଙ୍କର ବିଚାର କରିବେ; ଯେହେତୁ ସେମାନେ ବ୍ୟଭିଚାରିଣୀ ଓ ସେମାନଙ୍କ ହସ୍ତରେ ରକ୍ତ ଅଛି।”

46କାରଣ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; “ଆମ୍ଭେ ସେମାନଙ୍କ ବିରୁଦ୍ଧରେ ଜନସମାଜ ଆଣିବା, ପୁଣି, ଏଣେତେଣେ ଟଳଟଳ ଓ ଲୁଟିତ ହେବା ପାଇଁ ସେମାନଙ୍କୁ ସମର୍ପଣ କରିବା।

47ପୁଣି, ସେହି ସମାଜ ସେମାନଙ୍କୁ ପ୍ରସ୍ତରାଘାତ କରିବେ ଓ ଖଡ୍ଗରେ ବଧ କରିବେ; ସେମାନେ ସେମାନଙ୍କର ପୁତ୍ରକନ୍ୟାଗଣକୁ ବଧ କରିବେ ଓ ସେମାନଙ୍କର ଗୃହସବୁ ଅଗ୍ନିରେ ଦଗ୍ଧ କରିବେ।

48ଏହିରୂପେ ଆମ୍ଭେ ଦେଶରୁ ଲମ୍ପଟାଚରଣ ନିବୃତ୍ତ କରାଇବା, ତହିଁରେ ସମୁଦାୟ ସ୍ତ୍ରୀଲୋକ ତୁମ୍ଭମାନଙ୍କର ଲମ୍ପଟପଣ ଅନୁସାରେ ଆଚରଣ ନ କରିବା ପାଇଁ ଶିକ୍ଷା ପାଇବେ।

Copyright © 2019 by Bridge Connectivity Solutions. Licensed under a Creative Commons Attribution-ShareAlike 4.0 International License.
iv>